E juba kalare kanta chhadi na ja
ଏ ଯୁବା କାଳରେ କାନ୍ତ ଛାଡ଼ି ନ ଯା
Text
Ghoṣā
ଏ ଯୁବା କାଳରେ କାନ୍ତ ଛାଡ଼ି ନ ଯା ଦୂର ଦେଶ ସହି କି ପାରିବି କ୍ଷଣେ ଦୁଃସହ ବିଚ୍ଛେଦ କ୍ଳେଶ
1
ଦେଖ ବସନ୍ତ ଆଗତ ବହେ ଦକ୍ଷିଣା ମରୁତ ବନପ୍ରିୟ ପକ୍ଷୀ ରୁତ କଲେଣି ବୃକ୍ଷେ ବିଶେଷ
2
ଚନ୍ଦନ ରଜନୀକର ମୋ ପକ୍ଷରେ ହେବ ଗର ଜାଣି ଜାଣି ହାଣି ମୋତେ ସ୍ମରାନଳେ ନ ନିବେଶ
3
ଭାଳି ଭାଳି ଅହରହ ବଳି ପଡ଼ିବ ବିରହ ଜହର ସମାନ ହେବ ଅଶନ ବସନ ବେଶ
4
ଏ ପିଣ୍ଡେ ପରାଣ ଧରି ରହିବି ମୁହିଁ କିପରି ତୁମ୍ଭ ଗୁଣ ଗୁଣି ଗୁଣି ଜୀବନ ହେବ ନିଃଶେଷ
5
ବୋଧି ବନମାଳୀ ଭଣେ ଦୁଃଖ କରୁ କି କାରଣେ ତୋ ପାଶେ ଭେଟିବ ଧନ ବରଷା ନୋହୁଁ ପ୍ରବେଶ