Dinabandhu ehi ali sri chhamure
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
Text
Ghoṣā
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ ରହିଥାଉ ନିରନ୍ତରେ
1
ଦାନା କନା ପଛେ ମନା ହେଉ ମୋତେ ନୀଳଚକ୍ର ବାନା ଚାହିଁ ସୁଖୀ ହେଉଥିବି ଅଖିଳପତି ହେ ନିର୍ଦ୍ଦୟ ହୋଇବ ନାହିଁ
2
ବାର ମାସେ ତେର ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ ସାଧୁ ସନ୍ଥଙ୍କର ବୋଲାଇ କିଙ୍କର ମାଗୁଥିବି ମଧୁକରୀ
3
ଆନନ୍ଦ ବଜାରେ ବୁଲିଣ ମଜ୍ଜାରେ ଗାଉଥିବେ ତୋର ନାମ ତୋ ପ୍ରେମ ସାଗରେ ବୁଡ଼ି ଯାଉଥିବି ବୋଲି ହରେ କୃଷ୍ଣ ରାମ
4
ଏଥି ପାଇଁ କୁଳ ମୂଳ ହରାଇଛି ସାଥୀ କରି ତୋତେ ଏକା ଦାସ ବନମାଳୀ ଦୋଷ ନ ଧରିବୁ ଗୋବର୍ଦ୍ଧନ ଗିରିଟେକା