Kala dhala sodare bala chitta
କଳା ଧଳା ସୋଦରେ ବଳା ଚିତ୍ତ
Text
Ghoṣā
କଳା ଧଳା ସୋଦରେ ବଳା ଚିତ୍ତ ମୋଦରେ ପଳାଇବ ଦୂରିତ ନ ରହି ମହା ଖେଦରେ
1
ଦଳିତ ସୁଅଞ୍ଜନ ବଳି ତନୁ ରଞ୍ଜନ ଲଳିତ ତମାଳ ଇନ୍ଦ୍ରମଣି ଦର୍ପଗଞ୍ଜନ
2
ଗଙ୍ଗା ଜଳୁଁ ଧବଳ ଅଙ୍ଗାବଳୀ ଏ ବଳ ରଙ୍ଗାଧର ଶୋଭା ଦେଖ ହେବ ଦୁଃଖ ଦୁର୍ବଳ
3
ଚାହଁ ଲୋକ ନିସ୍ତାରେ ମହାବାହୁ ବିସ୍ତାରେ ଆହାଲାଦରେ ଏଟି ଚଉଦ ଲୋକ ସାସ୍ତାରେ
4
ବନମାଳୀ ଭାଷିଲା ଜନମ ବିନାଶିଲା ଘନଶ୍ୟାମ ରାମ ଠାରେ ମନ ନ ନିବେଶିଲା