Gīta

Kaha sajani lo aau mu eniki

କହ ସଜନୀ ଲୋ ଆଉ ମୁଁ ଏଣିକି

Text

Ghoṣā

କହ ସଜନୀ ଲୋ ଆଉ ମୁଁ ଏଣିକି ପାଶୋରିବି କିପରି ସେ ମୁରଲୀ ପାଣିକି

1

ଧୀର ଲଳିତ ତ୍ରିଭଙ୍ଗ ତା ଠିଆ ଠାଣିକି ଦେଖି କେ ନ ଭୁଲିବ ତା ବାଙ୍କ ଚାହାଣୀକି

2

ମୃଦୁ ମୃଦୁ ହସା ଛଣା ପୀୟୂଷ ବାଣୀକି ଶୁଣିଲେ କେଉଁ ରମଣୀ ରଖିବ ଆଣିକି

3

ଝୁମୁ ଝୁମୁ ତା ପାଦ ନୂପୁର ନିଶାଣିକି ପଥର ହେଲେ ତରଳ ନୋହିବ ପାଣିକି

4

ଶ୍ୟାମ ବିଚ୍ଛେଦରେ ହୃଦ ନ ହେବ ହାଣିକି ବୋଲେ ବନମାଳୀ ଏହା ନାହିଁ ମୁଁ ଜାଣିକି

Sources

Cite this record


Last updated 2026-11-01. Record as JSON