Kaha go ki buddhi karibi
କହ ଗୋ କି ବୁଦ୍ଧି କରିବି
Text
Ghoṣā
କହ ଗୋ କି ବୁଦ୍ଧି କରିବି ପ୍ରାଣନାଥ ନଇଲେ ତ ଜୀବନ ହାରିବି
1
ଯେ ଦେଶରେ ରହିଛନ୍ତି ମୋର ପ୍ରାଣପତି ସେ ଦେଶରେ ନାହିଁ ପରା ମାର ଶର ଭୀତି
2
ଯେତିକି ଟେକନ୍ତି କାନ୍ତ ତେତିକି ପକାନ୍ତି ଭ୍ରମରଙ୍କ ପରି ସିନା ପୁରୁଷଙ୍କ ମତି
3
ଅଙ୍କ ବିନା ମୋତେ କାନ୍ତ ନ ବସାନ୍ତି ଆନେ ସେ ଏଡ଼େ ନିଷ୍ଠୁର ବୋଲି ଥିଲା କାହା ମନେ
4
ଅବଧି ତ ବଳିଗଲା କାନ୍ତ ମୋ ନଇଲେ କାହା ସୁଖ ଅଭିଳାଷେ ମୋତେ ପାସୋରିଲେ
5
କହେ ବନମାଳୀ ଦାସ ସ୍ଥିର କରି ମତି ଅବଶ୍ୟ ଆସିବେ ଶ୍ୟାମ ନ ଭାଳ ଶ୍ରୀମତୀ