Kali jaha kale sakhi nagara raja
କାଲି ଯାହା କଲେ ସଖୀ ନାଗର ରାଜ
Text
Ghoṣā
କାଲି ଯାହା କଲେ ସଖୀ ନାଗର ରାଜ କହିବାକୁ ବଡ଼ ଲାଜ
1
ଯମୁନା ସ୍ନାହାନେ ଗଲି ଘଷି ମାଜି ହେଉଥିଲି ଏ କାଳରେ ମିଳିଗଲେ ମୁରଲୀଭୁଜ
2
କଦମ୍ବ ମୂଳରେ ଲୁଚି ଦେଖୁଥିଲେ ଆଡ଼େ ଘୁଞ୍ଚି ଅତରକେ ମୁଁ ନ ଜାଣେ ସେ ଭଙ୍ଗୀବ୍ରଜ
3
ସାରି ମୁଁ ସ୍ନାନ ମାଜଣା ଘାଟ ପାଶେ ଜଗଜିଣା ବାଟ ଓଗାଳି ମାଗିଲେ ଅପୂର୍ବ ଚିଜ
4
ବହୁତ ବିନୟ ହେଲି ତାଙ୍କ ଫାନ୍ଦୁ ଉବୁରିଲି ବୋଲେ ବନମାଳୀ ଏହା ନୁହଇ ବ୍ୟାଜ