Gīta

Kahin se mora kisori

କାହିଁ ସେ ମୋର କିଶୋରୀ

Text

Ghoṣā

କାହିଁ ସେ ମୋର କିଶୋରୀ ଯାଏ ମୋ ପରାଣ ଛାଡ଼ି ମାରଇ ମୋତେ ଶମ୍ବରାରି

1

ନୟନ ମୋ ପିପାସିର ଖୋଜେ ତାକୁ ଅବିରତ ଦେଖୁ ଦେଖୁ ଗୋଟିଯାକ ପିଇଦେବିକି ରୂପ ମାଧୁରୀ

2

ହୃଦରୁ ଉଠେ ଉଚ୍ଛ୍ୱାସ ଘନ ଘନ ବହେ ଶ୍ୱାସ ଲୋଡ଼େ ଏକା ତା ସଙ୍ଗତି ଆହା ସେ ରାଜକୁମାରୀ

3

ପାଇଲେ ତାର ଶ୍ରୀଅଙ୍ଗ ଯୋଡ଼ିଦେବି ମୋର ଅଙ୍ଗ କିବା କରିବ ଅନଙ୍ଗ ଧରାଇ ବିରହ ବାଂଶରୀ

4

ବନମାଳୀ ଦାସ ଭଣି ଶୁଣ ହେ ମୁରଲୀପାଣି ତୁମ୍ଭ ଲାଗି ଠାକୁରାଣୀ ବସିଛନ୍ତି ଧ୍ୟାନ କରି

Sources

Cite this record


Last updated 2026-11-01. Record as JSON