Kanhu he tumbhe bada daruna
କାହ୍ନୁ ହେ ତୁମ୍ଭେ ବଡ଼ ଦାରୁଣ
Text
Ghoṣā
କାହ୍ନୁ ହେ ତୁମ୍ଭେ ବଡ଼ ଦାରୁଣ ଜଣାଗଲା ତୁମ୍ଭ ବିବେକ ପଣ
1
ଭାବଗ୍ରାହୀ ନାଥ ଭରସା ପାଇ ଭଜି ଭାସିଗଲା ମୋ ପ୍ରାଣସହୀ
2
ପୁରୁଷ ଭ୍ରମର ଏକଇ ଜାତି କାର୍ଯ୍ୟ ଲଭିବା ଯାଏଁ ଭଣ୍ଡୁଥାନ୍ତି
3
ବଳି ପଡ଼ୁଅଛି ନବମ ଦଶା ନ କର ନ କର ଭଗାରୀ ହସା
4
ବନମାଳୀ କହେ ଦୂତୀ ବଚନେ ବିଜେ କଲେ କୃଷ୍ଣ ରାଧା ସଦନେ