Gīta

Dhana ete belu tha’a mote kahi

ଧନ ଏତେବେଳୁଁ ଥାଅ ମୋତେ କହି

Text

Ghoṣā

ଧନ ଏତେବେଳୁଁ ଥାଅ ମୋତେ କହି ରେ ପ୍ରିୟସହି ତହିଁରେ ନାହିଁ ଅବଗାହି ରେ

1

ପ୍ରଥମ ପ୍ରବେଶ କାଳେ ଆଚ୍ଛାଦି ଅଙ୍ଗ ଦୁକୂଳେ ଉଭା ହେବି ସିନା ତଳେ କେଳି ତଳପକୁ ବଳେ ଘେନିଯିବେ ସେହି ସ୍ନେହ ବହିରେ

2

ମାର ମନେ ଖେଳୁଥିବ ପ୍ରଦୀପ ଯେ ଜଳୁଥିବ ବିବେକ ତ ଟଳୁଥିବ ଲାଜ ତ ପ୍ରବଳୁଥିବ ତାଙ୍କ ମୁଖ ଅନାଇବ କେହିରେ

3

ମଦନ ମଦ ଅମଳେ ଚେତା ନ ଥିବାରୁ ଭଲେ ଲୋଭବଶୁଁ ଅବା ଗେଲେ ପୁନଃପୁନଃ ଚୁମ୍ବ ଦେଲେ ସ୍ଥିର ହୋଇ ରହି କି ନ ରହିଲେ

6

ଅଷ୍ଟଦୁର୍ଗନାଥ ଭଣେ ତୋଷ ଗୋ ସଖି ଜଣାଣେ ମଣ୍ଡି ଆଣି ଆଭରଣେ ବନ୍ଦିବା ଶିବା ଚରଣେ ଆସିଲେ ମୁଁ ଲୋକହସା ନୋହିରେ

Sources

Cite this record


Last updated 2026-11-01. Record as JSON