Gīta

Kali mun ki laje budili

କାଲି ମୁଁ କି ଲାଜେ ବୁଡ଼ିଲି

Text

Ghoṣā

ପ୍ରାଣସଙ୍ଗିନୀରେ କାଲି ମୁଁ କି ଲାଜେ ବୁଡ଼ିଲି ତୋତେ ନ ବିଚାରି ସଖୀ ମୁଁ ଅବିଚାରେ ପଡ଼ିଲି

1

ଶ୍ୟାମ ହୋଇ ନାରୀବେଶ ମୋ ପୁରେ ହେଲେ ପ୍ରବେଶ ବୋଇଲେ ଆସ ଗୋ ଆସ ଦେଇଯିବି ଲାକ୍ଷାରସ

2

ସେ ତ ନାନା କଳାକ୍ଷମ ଦେଇ ଲାକ୍ଷା ଅନୁପମ ପାଦତଳେ ତାଙ୍କ ନାମ ଲେଖିଲେ ଗୋ ଶ୍ୟାମ ଶ୍ୟାମ

5

ତରକି ତାହାଙ୍କୁ ମିତ ଚଞ୍ଚଳ କରନ୍ତେ ଚିତ୍ତ ପାଦ ଧରି ନନ୍ଦସୁତ ନ ଛାଡ଼ିଲେ କଦାଚିତ

6

ହେବାରୁ କୂଟ ପ୍ରଘଟ କାହିଁ ଗଲେ ପୀତପଟ ବନମାଳୀ ସେ ଲମ୍ପଟ ପାଦପଦ୍ମେ ମଧୁଲିଟ

Sources

Cite this record


Last updated 2026-11-01. Record as JSON