Mohana madhuri dekhithila nari
ମୋହନ ମାଧୁରୀ ଦେଖିଥିଲା ନାରୀ
Text
Ghoṣā
ମୋହନ ମାଧୁରୀ ଦେଖିଥିଲା ନାରୀ ନିଦ ଯିବକି ଆହୁରି ରେ
1
ଦୃଷ୍ଟିପାତ ଠାରେ ଅନୁବରତରେ ଛବି ଦିଶିବ ତାହାରି ରେ ପାଶକୁ ଆସିଲା ପରି ଲାଗୁଥିବ ହସି ହସି ବଂଶୀଧାରୀ ରେ
2
କି ସହିବ ନାହିଁ କେଉଁ ଦେବତାଙ୍କୁ ତା ପ୍ରୀତି ପାଇଁ ଜୁହାରି ରେ ସବୁ ବରତ କରିବି ବୋଲୁଥିବ ପାଇଲେ କୁଞ୍ଜବିହାରୀ ରେ
3
କୃଷ୍ଣ ବୋଲି କେଣେ କାହିଁକି କେ ତେଣେ ଡାକିଲେ ପୂରୁଁ ବାହାରି ରେ ଚଉଦିଗକୁ ଚାହିଁ ମାର ମୋଦରେ ହୋଇ ନ ଯିବକି ଘାରି ରେ
4
କଳିନ୍ଦଜା ତୀରେ ନିକୁଞ୍ଜ କୁଟୀରେ ନିଛାଟ କାଳ ବିଚାରିରେ ମିଳିବା ପାଇଁକି କେତେ ଥର ହେଲେ ଆଣି ନ ଯିବ କି ବାରି ରେ
5
ସୁଗୁଣ ସୁନ୍ଦରପଣ ଯାକ ଗୁଣି ଏକାଇ ତାକୁ ହିଆରି ରେ ବୋଲେ ଗୋପାଳକୃଷ୍ଣ ଜୀବ ଥିଲେକି ଯିବ ମନରୁ ପାଶୋରିରେ