Khela khanjarita drusa
ଖେଳା ଖଞ୍ଜରୀଟ ଦୃଶା
Text
Ghoṣā
ଖଟାଅ ମୋତେ ତା ବେହରଣ ଫୁଲ ଖଟ ତଳେ ଦିବା ନିଶା ସଙ୍ଗାତରେ ଖେଳା ଖଞ୍ଜରୀଟ ଦୃଶା
1
ଖିଲାଇ ମାତ୍ରକ ବିନ୍ଦୁମିତମଧୁ ବନ୍ଧୁକବନ୍ଧୁ ଅଧରୁ ଖିଆଲ ରସ ପ୍ରସଙ୍ଗ ସଙ୍ଗିନୀଙ୍କ ଜଣେ ମୋତେ ଗଣା କରୁ
3
ଖିଲିଖିଲି କରି ଖୁଆଇବି ଶିରୀମୁଖେ କର୍ପୂର ବିଡ଼ିଆ ଖଲି ମୃଗମଦ ଚିତ୍ରିବି ପ୍ରମୋଦ ଭରେ ଊରଜ ନଡ଼ିଆ
4
ଖଣ୍ଡ ସହୋଦର ମଧୁର ତା ଗୀର ବରତନ ବୋଲି ଭାବି ଖୁଣ ନ ଥିବାର ଅଲକତ ସାର ଚିତ୍ରପଦେ ଲେଖୁଥିବି
5
ଖଟା ଲେଶ ଚିତ୍ତେ ନ ରଖି ଲଳିତେ ଘେନାଅ ବାଳା ପୁରତେ ଖରାପ ନୁହେଁଟି ପର ଉପକୃତି ବୋଲେ କବିରବି ଗୀତେ