Priti jediki suada
ପ୍ରୀତି ଯେଡ଼ିକି ସୁଆଦ
Text
Ghoṣā
ପ୍ରୀତି ଯେଡ଼ିକି ସୁଆଦ ତେଡ଼ିକି ତା ପରମାଦ
1
ଆଖି ଆଖି ମେଳ ହୋଇବା କାଳରେ ସେ ସୁଖରେ ଥିଲେ ମଜ୍ଜି ଆନକୁ ଅଳପ କରି ଅନାଇଁଲେ ଜ୍ଞାନ ଯାଉଥାଏ ହଜି
2
ବେନି ଅନୁରୂପେ ବଚନ କହିଲେ ଦୁହିଁଙ୍କର ବଡ଼ ସୁଖ କଥା ପଦକ ଯା ବୃଥା ହେଲା ବୋଲି ମରଣ ପରମସୁଖ
3
ମନ୍ଦେ ମନ୍ଦେ ହସି କହୁଥିଲେ କଥା ଲଭଇ କୋଟି ସମ୍ପତ୍ତି ଲପନ ମଳିନ ଦେଖିଲେ ମଦନ ଛାତିକି ମାରଇ କାତି
4
ସଂସାର ଭିତରେ ଯେତେ ସାରାସାର ଅଙ୍ଗେ ଥିଲା ପରି ମଣେ ବନମାଳୀ ବୋଲେ ଏହା ଛଦ୍ମ ନୋହେଁ ଏକା ଅନୁଭବୀ ଜାଣେ