Gīta

Asa asa mora saraga tara lo

ଆସ ଆସ ଆସ ମୋର ସରଗ ତରା ଲୋ

Text

Ghoṣā

ଆସ ଆସ ଆସ ମୋର ସରଗ ତରା ଲୋ ଅନା ଅନା କାଳିଆର ରଥଯାତରା ଲୋ

1

ପଡ଼ିଛି ଆଜି ବନ୍ଧା ଅଣ୍ଟାଦଉଡ଼ି ଛନ୍ଦା ବାଈଶିପାହାଚେ ଲାଗେ ଭିଡ଼ାଓଟରା ଲୋ

2

ଝୁଲିଝୁଲି ଆସୁଛି ଛେଚାକଚା ଖାଉଛି କି ସୁନ୍ଦର ଦିଶେ ମଥା ଟାହିଆଝରା ଲୋ

3

ରଥ ଷୋଳଚକିଆ ନନ୍ଦିଘୋଷକୁ ଚାହାଁ ପତିତ ଉଦ୍ଧାର ପାଇଁ ବିଜୟ ପରା ଲୋ

4

ପୁରୀ ଠାକୁର ରଜା ଆସନ୍ତି ବାଜେ ବାଜା ସାରୁଛନ୍ତି ରଥ ପରେ ଛେରାପହଁରା ଲୋ

Sources

Cite this record


Last updated 2026-11-01. Record as JSON