Gīta

Pancha bana bana banchana re

ପଞ୍ଚବାଣ ବାଣ ବଞ୍ଚନାରେ

Text

Ghoṣā

ପଞ୍ଚବାଣ ବାଣ ବଞ୍ଚନାରେ କିଞ୍ଚିତେ ଦାସକୁ ମୁଞ୍ଚନା । ପ୍ରେୟସୀରେ ଗଜରାଜ ବିନିନ୍ଦିତ ଗାମିନୀ ଭାମିନୀ ଯାମିନୀଶ ବଦନା

1

ବାଞ୍ଛିତ ଦାନରେ ନିରତ ଲାଞ୍ଛିତ ସୁର ତରୁବର ସୁରଭି ଦୁବ୍ରତ କୁଞ୍ଜପୁଞ୍ଜ ନବକେଳି ରଞ୍ଚିତ ମନ୍ଦରଊରଜା କୁନ୍ଦକଳିରଦନା

2

ପାମର କାମର ନାମେ ଦାସ ଥରେ ବନ୍ଧୁକ ବାନ୍ଧବ ଅଧରାରେ ଥରେ ମୁଞ୍ଚ ମୁଞ୍ଚ ଦରହାସୀ ନା ଥରେ ସଞ୍ଚିତ କିଞ୍ଚିତ ଦୋଷକୁ ସୁଲୋଚନା

Sources

Cite this record


Last updated 2026-11-01. Record as JSON