Gīta

Ghana kesa re ghena ete gira

ଘନକେଶା ରେ ଘେନ ଏତେ ଗିର

Text

Ghoṣā

ଘନକେଶା ରେ ଘେନ ଏତେ ଗିର ମୋର ସୁସାରେ

1

ଘସ୍ରନାଥକନ୍ୟାକୂଳବସା ରେ ଘୋଣାଗ୍ରେ କିଶୋର ଶ୍ଵାସ ପ୍ରସାରେ

2

ଘୋରତର କାମକାତିଭୂଷାରେ ଘାଣ୍ଟି ହେଉଅଛି ଦିବାନିଶାରେ

3

ଘଟସ୍ତନା ତୁ ଏ କଷ୍ଟଦଶାରେ ଘନାଶ୍ଳେଷେ ରଖି ଯଶ ସଂସାରେ

4

ଘାରି ହେଉଅଛି ଏ ଦୁର୍ଦ୍ଦଶାରେ ଘୋରି ହୋଇ ଯାଉଛି ସେ ରସାରେ

5

ଘୋଟି କାମତମ ପ୍ରତିଦିଶାରେ ଘୁମାଉଅଛିଟି ରସାଳସା ରେ

6

ଘଡ଼ିଏ ଶ୍ରୀଯୁଗଳ ପ୍ରଶଂସାରେ ଘଟାଇଲେ କବିରବି ଭାଷାରେ

Sources

Cite this record


Last updated 2026-11-01. Record as JSON