Gīta

Balabara re sankha kanthi tu

ବାଳାବର ରେ ଶଙ୍ଖକଣ୍ଠୀ ତୁ

Text

Ghoṣā

ବାଳାବର ରେ ଶଙ୍ଖକଣ୍ଠି ତୁ ସଙ୍ଖାଳି ମୋର ରେ । ନ ଥାଇ ତୁ କୋଳେ କି ସମ୍ପତ୍ତି ବଳେ ଇନ୍ଦ୍ର ହେଲେ ସୁରେଶ୍ଵର ରେ

1

ଚନ୍ଦ୍ରମା ଚନ୍ଦନ କଳକଣ୍ଠ ସ୍ବନ ମିଳିନ୍ଦବୃନ୍ଦ ଝଙ୍କାର ରେ ଏବେ ମୁଁ କଟାକ୍ଷ ଫିଙ୍ଗୁ ନାହିଁ ପକ୍ଷ ହେବାରୁ ତୁ ସହକାର ରେ

2

ସୁରଭି ଋତୁର ମରୁତ ମରୁ ତ ଜୀଉ ତ ସେ ମୋ କିଙ୍କର ରେ ତରୁଣୀ ତୋତେ ମୋ ଧନ କଲେ ଯହୁଁ କରୁଣାନିଧି ଶଙ୍କର ରେ

3

ଅସୁର ସୁରଙ୍କ ରମ୍ୟ ଦ୍ରବ୍ୟ ରଙ୍କ -ପଣ ଶୁଣି ସିନ୍ଧୁ ଜୂର ରେ ମୋ ପାଇଁ ତୁ ଲୁକି ଯତନେ ଥିଲୁ କି ଲାବଣ୍ୟ ପୀୟୂଷପୂର ରେ

4

ସୁଲକ୍ଷଣ ବଧୂମାନଙ୍କର ମଧୁ ଥାଏ ଜାଣି ରଦାମ୍ବରରେ ପୂରିଅଛି ତୋର ପ୍ରପଦୁଁ ଚିକୁର ପାଶ ଯାଏ ସୁଧାଝର ରେ

5

ଫୁଲା ମନମଥ ଗୁଲାମରୁ ମୋର ଏଣିକି ଆଉ କି ଡର ରେ ଝୁଲା ମଞ୍ଜୁଳ ତୋ ଲଲାମ ଛବିକି ସଲାମ ସହସ୍ରେ ଥର ରେ

6

ଏପରି ପ୍ରଶଂସାମୃତ ସ୍ଫୁରୁ କଂସା -ହିତ ମୁଖ ଶଶଧରରେ ଅଷ୍ଟଦୁର୍ଗପତି ରଚିଲେ ଶ୍ରୀମତୀ ସଙ୍କୁଚିଲେ ଲଜ୍ଜାଭରରେ

Sources

Cite this record


Last updated 2026-11-01. Record as JSON