Gīta

Parana chhara ki loda

ପରାଣ ଛାର କି ଲୋଡ଼ା

Text

Ghoṣā

ପରାଣ ଛାର କି ଲୋଡ଼ା ରେ ସଙ୍ଗାତ ପ୍ରିୟଜନ ପ୍ରୀତି ପୀୟୂଷରୁ ଅତି ହୁଅଇ ଯେବେ ଖଦଡ଼ା

1

ପାଶୋରେ ହୃଦୟ ଭିତରୁ ସଦୟ ପଣ ପରମ ମୁହାଁସ ପେଟ ଯାକେ ପୂରିଥିବ ଯେବେ କୂଟ ମୁଖେ ଥିବ ମନ୍ଦ ହାସ

2

ଛଳ ପୂର୍ଣ୍ଣ କରି ମୃଦୁ ବାଣୀ ଝରି ବିରହୀ ହୃଦେ ଢାଳିବା ନିଦାଘେ ତାପିତ ବନ ଲତା ହିତ ହାତଟେକା ଜଳ କିବା

3

ପ୍ରଣୟ ପରୀକ୍ଷା କରି ଲକ୍ଷ ଲକ୍ଷ ସବୁ ବୁଝି ଅନୁଭବେ ପ୍ରୀତି ଠାରୁ ବଡ଼ କେହି ନାହିଁ ବୋଲି ବିବେଚନା ନାହିଁ ଯେବେ

4

କବି ଦିନକର ରାୟଗୁରୁ ବୋଲେ ଏବେ ସବୁ ଜଣାଗଲା ପକାଇ ପବିତ୍ର ସ୍ଥଳେ ସ୍ଥଳଗାତ୍ର ପରମ ପଦକୁ ଚଳା

Sources

Cite this record


Last updated 2026-11-01. Record as JSON