Ki laja paili aja re bandhabi
କି ଲାଜ ପାଇଲି ଆଜ ରେ ବାନ୍ଧବୀ
Text
Ghoṣā
କି ଲାଜ ପାଇଲି ଆଜ ରେ ବାନ୍ଧବୀ କି ଲାଜ ପାଇଲି ଆଜ ଉରେ ଚିର ଦେଇ ତର ନ ସହଇ ଆଗରେ ନାଗର ରାଜ ରେ
1
ଚଉଦିଗେ ଚାହିଁ କେଣେ କେହି ନାହିଁ ନିଛାଟ ଘାଟକୁ ଗଲି ଅଙ୍ଗରେ କୁଙ୍କୁମ ବୋଳି ହେଉଥିଲି ଉତ୍ତାର ଅମ୍ବର ଚେଳି ରେ
2
ପାଣି ପଲ୍ଲବରେ ଘୋଡ଼ଣା ନ ଯାଇ ବର୍ତ୍ତୁଳତର ଉରଜ ଯେତେ ଯତ୍ନ କଲେ ମହା ମହୀଧର ଢାଙ୍କଇ ନିକି ସରୋଜ ରେ
3
ପାଖେ ଘୋଡ଼ାଇଲେ ଆର ପାଖ ଦିଶେ ଉପାୟ କିଛି ନ ଦିଶେ ମୁଖ ଅବନତ କଲେ ସେ ଉନ୍ନତ ପୟୋଧର ବେନି ଠେସେ ରେ
4
କୁନ୍ତଳ ଉହାଡ଼ି ରଖନ୍ତି ମୁଁ ଅବା ବାନ୍ଧିଥିଲି ବେଣୀ ଟେକି ବୋଲେ ବନମାଳୀ ଶୁଣ ଠାକୁରାଣୀ ଜଳେ ଲୁଚିଥାନ୍ତ ଟିକି