Jala ani jai kali kalinda sutaku
ଜଳ ଆଣି ଯାଇ କାଲି କଳିନ୍ଦ ସୁତାକୁ
Text
ଜଳ ଆଣି ଯାଇ କାଲି କଳିନ୍ଦ ସୁତାକୁ ଫଳ ପାଇଲି ଅନାଇ ରେ ସଙ୍ଗାତ କଦମ୍ବ ମୂଳକୁ ରେ ସଙ୍ଗାତ
ନୀରଦଟି ନୀଳମଣି ପ୍ରତିମା ସେ କିଛି ବାରି ପାରିଲି ନାହିଁ ରେ ସଙ୍ଗାତ ନୟନେ ନାଚୁଛି ରେ ସଙ୍ଗାତ
ଘମ ଘମ ନୀଳୋତ୍ପଳ କସ୍ତୁରୀ ସୁବାସ ଘନ ଘନ ଆସୁଥିଲା ରେ ସଙ୍ଗାତ ହୋଇଲି ଅବଶ ରେ ସଙ୍ଗାତ
ପଛେ ପଛେ କେକୀ ବୃନ୍ଦ ମତ୍ତେ ପୁଚ୍ଛ ଟେକି ଡାକି ଡାକି ନାଚୁଥିଲେ ରେ ସଙ୍ଗାତ କହ ସେ କାହିଁକି ରେ ସଙ୍ଗାତ
ଛପି ଛପି ନିକୁଞ୍ଜ ପୁଞ୍ଜ ତଳ ତଳରେ ଆସି ଆସି ପାଇଗଲେ ରେ ସଙ୍ଗାତ ଆଗେ କି ବେଗରେ ସଙ୍ଗୀତ
ଝୁମୁ ଝୁମୁ ଧ୍ୱନି ଶୁଣି ଏଣେ ତେଣେ ମୁହଁ ଅନାଉ ଅନାଉ ରହି ରେ ସଙ୍ଗାତ ବୋଇଲେ କେ ନାହିଁ ରେ ସଙ୍ଗାତ
ଦର ଦରଶନ କରି ଚମକି ପଡ଼ିଲି ଦମ ଦମ ହେଲା ଛାତି ରେ ସଙ୍ଗାତ ମଥା ପୋତିଦେଲି ରେ ସଙ୍ଗାତ
ପ୍ରଚଳାଗ୍ର ପ୍ରଚଳାକ କମନୀୟ ଚୂଳ ଢଳ ଢଳ ଖେଳୁଥିଲା ରେ ସଙ୍ଗାତ ଗଣ୍ଡରେ କୁଣ୍ଡଳ ରେ ସଙ୍ଗାତ
ଥରି ଥରି ଥରିଗଲି ବିବେକ ହଜିଲା ଜର ଜର ହୋଇଗଲି ରେ ସଙ୍ଗାତ ଝାଳ ବୁଡ଼ାଇଲା ରେ ସଙ୍ଗାତ
ପ୍ରତି ପ୍ରତୀକ ଯାକରେ ପୁଲକ ପୂରିଲା ତର ତର କେତେ ହେଲି ରେ ସଙ୍ଗାତ ପଦ ନ ଚଳିଲା ରେ ସଙ୍ଗାତ
କରକ ରଦନା କର ପ୍ରସାରୁ ସେ ପୁଣି କହୁ କହୁ କିସଟି ମୁଁ ସଙ୍ଗାତ ବାଣୀ ହେଲା ବଟି ରେ ସଙ୍ଗାତ
ଶୃଙ୍ଗାର ରସ କି ସ୍ମର ହେବେ ସେ ମୁରତି ଚାହୁଁ ଚାହୁଁ ଡାକିଦେଲା ରେ ସଙ୍ଗାତ ଜଟିଳା ଜରତୀ ରେ ସଙ୍ଗାତ
ଆସୁ ଆସୁ ପୁରକୁ ପଥରେ ପଚାରିଲି ଗୋପାଳକୃଷ୍ଣ କହଇ ରେ ସଙ୍ଗାତ ବ୍ରଜବିଧୁ ବୋଲିରେ ସଙ୍ଗାତ