Gīta

Syama sikhanda chula

ଶ୍ୟାମ ଶିଖଣ୍ଡ ଚୂଳ

Text

Ghoṣā

ଶ୍ୟାମ ଶିଖଣ୍ଡ ଚୂଳ ଶ୍ରମ କି ଆଜ ଯାକେ ହେଲା ସଫଳ

1

ଶର୍ବରୀ ନିଦ୍ରା ବିନା ଗଲା କି ସରି ଶମ୍ବରପର ପୁର କଲ କି ଜୂରି

2

ଶ୍ରୀଅଙ୍ଗ ବେଶ କିମ୍ପା ଏପରି ଆଜ ଶରଦଚନ୍ଦ୍ର ଚୁମ୍ବୁ ନାହିଁ କି ଲାଜ

3

ଶିଶୁ ହେଲେହେଁ ତୁମ୍ଭେ କଲଭ ସରି ଶଶ କିଶୋରୀଟିକି ଦେଲ ଯେ ସାରି

4

ଶିରୀଷ ମାଳା ଦଳିଦେଇ କୁଠାରେ ଶଙ୍କା ନ କଲ ସଖୀମାନଙ୍କ ଠାରେ

5

ଶରମପ୍ରଦ ଆଜ ସରିକି ହେଲା ଶମନ ସ୍ୱସା ତଟ ଅଟବୀ ବୁଲା

6

ଶିର ସୁନ୍ଦର ଦିଶେ ଯାବକ ବୋଳେ ଶରଣ ବୋଲି କି ପଡ଼ିଲ ପା’ତଳେ

7

ଶପଥ ଶତ ଶତ କହଟି ସତ ଶ୍ରୀ ବାଲୁଙ୍କେଶ ନୃପ ରଚିଲେ ଗୀତ

Sources

Cite this record


Last updated 2026-11-01. Record as JSON