Braja jana netra sampatti
ବ୍ରଜ ଜନ ନେତ୍ର ସମ୍ପତ୍ତି
Text
ବ୍ରଜ ଜନ ନେତ୍ର ସମ୍ପତ୍ତି ହା ନିଭୃତ କୁଞ୍ଜ ଗୃହ ଦମ୍ପତି
ଦିବ୍ୟ ରତ୍ନପୀଡ଼ ପକାଇ ଗୋଷ୍ଠେନ୍ଦୁଙ୍କୁ ବିଜେ କରାଇ ନେଇ ବାଢ଼ିବାର ସୁବର୍ଣ୍ଣ ପାତ୍ରରେ ସୁଧାସ୍ୱାଦୁ ଭୋଜ୍ୟ ହା ରସବତୀ
କରୁ ଜୀବବନ୍ଧୁ ଅଶନ ହା ହା ସେ କାଳର ପ୍ରସନ୍ନ ରସବତୀ ଦ୍ୱାର ପାଶୁଁ ଚଳିବାର ତେଜ କରିବାକୁ ଛାମୁର ବତୀ
ହେଉ ଏକା ଚାରି ନୟନ ଲାଜ ହାସ ଭୂରୁ କୁଞ୍ଚନ ବେନି ବଦନ ହା ହା କି ସେ ଶୋଭନ ହେଉ କୁହାକୁହି ଧୀର ଭାରତୀ
ପରିବେଷଣ ଚମତ୍କାର ଚାହିଁ ରମା ଉମା ବଧୂର ଭାଙ୍ଗିଯିବ ସେହିକ୍ଷଣି ପୁରାତନ କୁଟୁମ୍ବିନୀ ନିପୁଣତା ଉନ୍ନତି
ଅଶନାନ୍ତରେ ଆଚମନ ଦେଇ ପୋଛିବାକୁ ବଦନ ନିଜ ଚେଳାଞ୍ଚଳ ବଢ଼ାଇ ଦେବାର ତ୍ରିଭୁବନ ଶୂନ୍ୟ ପ୍ରଣୟ ରୀତି
ପଲଙ୍କରେ ପ୍ରିୟ ଅଙ୍କରେ ବସି ତାମ୍ବୁଳ ଘେନି କରେ ଭାଙ୍ଗି ପ୍ରାଣନାଥ ମୁଖେ ଦେବା ଶୋଭା ଆହା ସେ ସଙ୍କଳ୍ପ ସିଦ୍ଧ ମୂରତି
ଆସି ଆପଣାର ଆଳିଙ୍କି ଡାକି ବସାଇ ମଣୋହିକି କାନ୍ତ ଅବଶିଷ୍ଟ ଅଶନରୁ ଜାତ ହରଷ ଧରିବ କି ବସୁମତୀ
କେତେ ଦିନର ମନୋରଥ ଆଜ ହୋଇଲା ଯେ ସେ ସାର୍ଥ ବୋଲୁ ଲଳିତା ହୃଦେ ରାଧା ଆଉଜି ଲାଜେ ବସିବାର ବଦନ ପୋତି
ଅଦ୍ୱିତୀୟ ପରମ ତତ୍ତ୍ୱ ପରମାନନ୍ଦ ସାର ତତ୍ତ୍ୱ ନିତ୍ୟ ସନାତନ ସର୍ବଦା ନୂତନ ବୃନ୍ଦାଟବୀ ପ୍ରାଣ ପ୍ରେମ ବସତି
ଆଳୀ ସହ ସାରି ଭୋଜନ ଆଚମନ ତାମ୍ବୁଳାଶନ ଶ୍ୟାମ ଛାମୁକୁ ଶ୍ରୀମତୀ ସ୍ୱ ସ୍ୱ କୁଞ୍ଜକୁ ଯିବାର ସଖୀ ସଂହତି
ତା ଯାକ ଗୋପାଳକୃଷ୍ଣର କେବେ ହେବି ଦୃଷ୍ଟିଗୋଚର ଶ୍ରୀ ରୂପମଞ୍ଜରୀ ଦେବେ କୃପା କରି ସେ ଅବଶେଷ ଲଭିହେବ ତୃପ୍ତି