Krupa na kale je
କୃପା ନ କଲେ ଯେ
Text
Ghoṣā
କୃପା ନ କଲେ ଯେ କାହିଁକି ଧରିବି ପରାଣ ବ୍ରଜେନ୍ଦୁ ହୃଦ ବିହାରିଣୀ ରାଧେ ହୋଇଯିବି ତ ଅକାରଣ
1
ନ ମିଳିବ କେବେ ହେଲେ ଯଦି ସେବା ଅମଳ ଶ୍ରୀକଞ୍ଜ ଚରଣ ପ୍ରାଣନାଥ ସଖୀ ମଞ୍ଜରୀ ମାନଙ୍କୁ ଏହିପାଇଁ ନିତି ଜଣାଣ
2
ରାସାବସାନରେ କୁସୁମ ବ୍ୟଞ୍ଜନ ଆଳୀ ଦେଲେ ମୋତେ ଡାକି କୋଟିଏ ଜନ୍ମର ତପସ୍ୟାର ଫଳ ବ୍ରଜ ପ୍ରାପ୍ତି ଆଉ ନାହିଁକି
3
କେଶର କୁଞ୍ଜର ପ୍ରାଣେଶ ସଙ୍ଗରେ ନ ଦେଖିବି ଯଦି ଦୁହିଁକି ଆଖି ବହିବାର ହୋଇଯିବ ସିନା ଯେମନ୍ତ ଚିତ୍ର ବିରାଟକୀ
4
ପରମ ଅଭୀଷ୍ଟ ସ୍ୱାମିନୀ ସୁଜୁଷ୍ଟ ନ ପାଇବ ଯଦି ରସନା ବିଷୟା ବିଷ ଘଟର ଦର୍ବୀ ତୁଲେ ହୋଇଥିବ ସିନା ତୁଳନା
5
ବ୍ରଜ ଯୁବରାଜ ପିନ୍ଧାଇ ଥିବାର ସୁମନସ ସ୍ରଜ ହାରେ ସଜ ସାଜିବାକୁ ଫିଟାଉଁ ସଜନୀ ନ ଦେବେ ଯଦି ମୋ ହାତରେ
6
ପରମ ଦୟାମୟୀ ନାମ ଶୁଣି ମୁଁ ପ୍ରତ୍ୟାଶ କରିଛି ସ୍ୱାମିନୀ ଦନ୍ତେ ତୃଣ ଧରି ଭାଷଇ ଗୋପାଳକୃଷ୍ଣ ହେ କୃଷ୍ଣ ପ୍ରଣୟିନୀ