Sri radha gobinda kebe dekhaiba
ଶ୍ରୀ ରାଧାଗୋବିନ୍ଦକେବେ ଦେଖାଇବ ଶ୍ରୀମୁଖ ଦ୍ୱନ୍ଦ୍ୱ ଯେ । ଘୋଷା । ରାସ ଅବସାନେ ପୁଷ୍ପ ଶେଯରେବିଜେ କରି ଗୋକୁଳେନ୍ଦୁ ଅଙ୍କରେପ୍ରାଣନାଥ ହୃଦେ ପହୁଡ଼ିବାର । ୧ । ନାଗରେନ୍ଦ୍ର ଚାହିଁ ସେ ଶ୍ରୀମୁଖକୁହସିବାର ଭିଡ଼ି ରଦ ବାସକୁଦେଖି ଲଳିତାଦି ସୁଖସିନ୍ଧୁରେରହିଥିବେ ଯେ ମଜ୍ଜି ଆନନ୍ଦରେ । ୨ । କରୁ ଖସି ପଡ଼ିଲା ସରୋରୁହହସି ବିଶାଖା କଲାର ସଂଗ୍ରହଦେଖାଇବ ବିହି କେଉଁ କାଳରେବିଞ୍ଚୁଥିବି ମୁଁ ପୁଷ୍ପ ବ୍ୟଜନରେ । ୩ । ଅଙ୍ଗ ପରିମଳରେ ଆସୁଁ […]
Text
ଶ୍ରୀ ରାଧାଗୋବିନ୍ଦ କେବେ ଦେଖାଇବ ଶ୍ରୀମୁଖ ଦ୍ୱନ୍ଦ୍ୱ ଯେ
ରାସ ଅବସାନେ ପୁଷ୍ପ ଶେଯରେ ବିଜେ କରି ଗୋକୁଳେନ୍ଦୁ ଅଙ୍କରେ ପ୍ରାଣନାଥ ହୃଦେ ପହୁଡ଼ିବାର
ନାଗରେନ୍ଦ୍ର ଚାହିଁ ସେ ଶ୍ରୀମୁଖକୁ ହସିବାର ଭିଡ଼ି ରଦ ବାସକୁ ଦେଖି ଲଳିତାଦି ସୁଖସିନ୍ଧୁରେ ରହିଥିବେ ଯେ ମଜ୍ଜି ଆନନ୍ଦରେ
କରୁ ଖସି ପଡ଼ିଲା ସରୋରୁହ ହସି ବିଶାଖା କଲାର ସଂଗ୍ରହ ଦେଖାଇବ ବିହି କେଉଁ କାଳରେ ବିଞ୍ଚୁଥିବି ମୁଁ ପୁଷ୍ପ ବ୍ୟଜନରେ
ଅଙ୍ଗ ପରିମଳରେ ଆସୁଁ ଅଳି ନିବାରିବାର ପ୍ରିୟ କର ଚାଳି ଶ୍ୱାସବଶେ ନାସାପୁଟ ମୁକୁତା ମନ୍ଦ ମନ୍ଦ ଚଳନ ରୁଚିକରତା
କୁଞ୍ଜବିହାରୀ ନେତ୍ର ପୁଣ୍ୟ ପୁଞ୍ଜ ସେହିକ୍ଷଣି ହେଲା ପରି ବିଭ୍ରାଜ୍ୟ ଆହା ନବୀନ କଳା କାଦମ୍ବିନୀ ମଧ୍ୟେ ସ୍ଥିର ହେଲାପରି ଦାମିନୀ
ହସି ଲଳିତା ନିକଟକୁ ଆସି ଚାରୁ ଚିବୁକେ ସ୍ୱକର ନିବେଶି ଉଠାଉଁ ସେ ଶ୍ଳିଷ୍ଠ ବାଣୀ ବାଉଳି କହିବାର ସେ ପ୍ରାଣନାଥ ବୋଲି