Gīta

Bhabile bhabila pari re manasa

ଭାବିଲେ ଭାବିଲା ପରି ରେ ମାନସ

Text

Ghoṣā

ଭାବିଲେ ଭାବିଲା ପରି ରେ ମାନସ ଶ୍ରୀ ରାଧା ଗୋବିନ୍ଦ କଥା ହୋଇବାର ହସି ଧୀର ଧୀର କରି ରେ

1

ନିଭୃତ କୁଞ୍ଜରେ ସୁମନ ଶେଯରେ ରାତି ଥାଉ ଚେତା ହୋଇ ବୃକ୍ଷରେ ବଲ୍ଲୀ ବେଢ଼ିଲା ସନେ ରହି ଶ୍ରୀମୁଖେ ମୁଖ ଲଗାଇ

2

ଆଳୀମାନେ ଥିଲାବେଳେ କେଣେ ମୋର ନିକଟକୁ ଆସିବାର କିଛି ଲାଜ ନାହିଁ ବୋଲୁ ବ୍ରଜବଧୂ ସରୁ ଚୁମ୍ବନ ଦେଲାର

3

କି ଲାଜ ନାଚିବା ଲୋକର ବରଜ ରାଜପଥେ ଚାଲି ଚାଲି ବୋଲୁଁ ଶ୍ରୀ ପ୍ରାଣେଶ ଗଣ୍ଡେ ଗଣ୍ଡ ଦେଇ ମଜ୍ଜିବାର ଝୁଲି ଝୁଲି

4

ଜଟିଳା ଆସୁଛି ବୋଇଲେ ପଳାଇ ସପ୍ତପର୍ଣ୍ଣ କୁଟ୍ଟିମରେ ଦୁହେଁ ଯାକ ଲୁଚି ପାହୁରି ହେଲାର କିଶୋରୀମଣି ବାସରେ

5

ଶ୍ୟାମଳ ବେଶରେ ପୁରକୁ ଯିବାରେ ଗତ ରାତିର ଚରିତ ନାରୀ ଭୂଷଣ କାହୁଁ ବୋଲୁ ଭାଷନ୍ତି କୁନ୍ଦଲତା କଲା ଦତ୍ତ

6

ଘନସୁନ୍ଦର ଶ୍ରୀମତୀ ହୋଇ କନିଅର ତଳେ ଭେଟାଭେଟି ପରିଷ୍ୱଙ୍ଗ ରଙ୍ଗେ ମଜ୍ଜି ପୁର ଆଡ଼େ ଭୟେ ଢାଳି ଢାଳି ଦୃଷ୍ଟି

7

ଗୋପାଳକୃଷ୍ଣ କହେ ଶ୍ରୀରାଧାକୃଷ୍ଣ ପ୍ରେମ ରସ ସୁଧାବ୍ଧିର ଶ୍ରୀକର ଯାର ରସନା ସ୍ୱରସିତ ସେ ଜାଣିବ ଏ ମଧୁର

Sources

Cite this record


Last updated 2026-11-01. Record as JSON