Gīta

Kipari madhura ghena re manasa

କିପରି ମଧୁର ଘେନ ରେ ମାନସ

Text

Ghoṣā

କିପରି ମଧୁର ଘେନ ରେ ମାନସ ଶ୍ରୀରାଧାଗୋବିନ୍ଦ ପ୍ରଣୟ ବିଳାସ କଥା ରସ ଆସ୍ୱାଦନ

1

ଶୀତକରାମୃତ ସ୍ୱାଦୁ ଉନ୍ନତକୁ ଅବନତ କରି ପାଦେ ହରିପୁରର ସୁଧାର ଦୁର୍ଲ୍ଲକ୍ଷକ ହୋଇଛି ଯେ ପ୍ରତିପାଦେ

2

ସ୍ପରଶିଲାକ୍ଷଣି ରସନାରେ ବର୍ଣ୍ଣାବଳୀରୁ ଚାରି କି ପାଞ୍ଚ କଣ୍ଠ ଗଦ ଗଦ ହୋଇ କି ସୁଖରେ ତନୁ ହେଉଛି ରୋମାଞ୍ଚ

3

ଈକ୍ଷଣରୁ ଆନନ୍ଦାଶ୍ରୁ ବହିବାର ବିରାମ ନୋହେ ହେ ଆଉ । ପ୍ରାଣେଶ୍ୱରୀ ପ୍ରାଣନାଥଙ୍କ ସ୍ୱରୂପ ହୃଦରୁ ଯାଇକି ଆଉ

4

ସ୍ୱେଦ କମ୍ପ ପୁରିଯାଇ ଏଣେ ଅଙ୍ଗ ଶ୍ରୀଗୁରୁ ଦତ୍ତ ଦେହରେ ନିଯୋଜନା ହୋଇବାର ଭାବନାରେ ତେଣେ ସ୍ୱାମିନୀ ସେବାରେ

5

କୋଟିଏ ଜନ୍ମରେ ମିଳିବ ନାହିଁଟି ପ୍ରଣୟ ଭକ୍ତି ସମ୍ଭୁତ ସାତ୍ତ୍ୱିକ ନବ ରତନ ଚିନ୍ତାମଣି ଗୋପାଳକୃଷ୍ଣ କଥିତ

Sources

Cite this record


Last updated 2026-11-01. Record as JSON