Kahinki mana na ghenu
କାହିଁକି ମନ ନ ଘେନୁ
Text
Ghoṣā
କାହିଁକି ମନ ନ ଘେନୁ ତୁ କେତେ କହିଲେ ଶ୍ରୀରାଧାକୃଷ୍ଣଙ୍କୁ ପଦାବ୍ଜେ ରହିଥା ବୋଇଲେ
1
ପରମ୍ପରାଦି ଲୋକରେ ନାହିଁ କେ ସଦୃଶରେ ଗଣନା ହୋଇବୁ ତାଙ୍କ କିଙ୍କରୀଙ୍କ ତୁଲେ
2
ଅଧୀଶାଧିଶ ମାଧୁରୀ ସ୍ୱଚ୍ଛନ୍ଦରେ ଅବଧରି ଯେମନ୍ତ ସୁଖ ଲଭିବୁ ହେଜିବୁ ସେ କାଳେ
3
ତୋ ସ୍ୱାମିନୀ ସ୍ୱାମୀଙ୍କର ଶ୍ରୀ ବୃନ୍ଦାରଣ୍ୟ ବିହାର ଦେଖି ଭାସିବୁ ପୀୟୂଷ ବାରିଧି କଲ୍ଲୋଳେ
4
ରାସେଶ୍ୱରୀ ରାସେଶ୍ୱରୀ ହୃଦରେ ଆଉଜିବାର ରାସାବସାନେ ସେବିବୁ ବୟସୀ ସଙ୍କୁଳେ
5
ଦିବ୍ୟ ନେତ୍ରେ ପ୍ରେମ ରଞ୍ଜି କର ଆଲୋକନ ରହି ରତ୍ନ ଚିନ୍ତାମଣି ସିଂହାସନ ତଳେ
6
କୁତ୍ସିତ ବିଷୟ ଭୋଗ ଆଶାରେ ହୁଅନା ଯୋଗ୍ୟ ଗୋପାଳକୃଷ୍ଣ କହଇ ମଜ୍ଜ ଅବିକଳେ