Gīta

Kene asilu mana rahi na jai

କେଣେ ଆସିଲୁ ମନ ରହି ନ ଯାଇ

Text

Ghoṣā

କେଣେ ଆସିଲୁ ମନ ରହି ନ ଯାଇ ସମୟ ବଳିଯିବ ହେଲୁ କି ବାଇ

1

ଗୋଷ୍ଠାଚଳ ଚନ୍ଦ୍ରମା ଶ୍ରୀ ବୃଷଭାନୁ ଜେମା ପଦାରବିନ୍ଦ ସେବା ତୁ ଛାଡ଼ିଦେଇ

2

ନିଭୃତ କୁଞ୍ଜରେ ତ ଅଳି କରିବେ ରୁତ ଡାକି କଖ୍‌ଖଟୀ ଏବେ ଦେବ ଉଠାଇ

3

ହୋଇଲେ ଅପହୁଡ଼ ଧରି କାଞ୍ଚୀ ପାହୁଡ଼ ସ୍ୱାମିନୀ ଆଗେ ଯାନ୍ତୁ ପଥ କଢ଼ାଇ

4

ସୂର୍ଯ୍ୟ ପୂଜା ବେଳରେ ସ୍ୱାମିନୀ ଅଞ୍ଜଳିରେ ବେଗେ ଅର୍ଘ୍ୟ ନୀରେ ଦିଅନ୍ତୁ ବଢ଼ାଇ

5

ନନ୍ଦପୁରକୁ ବିଜେ କଲେ ଗହଣେ ତୁ ଯେ ଥାଇ ପ୍ରାଙ୍ଗଣେ ପଦ ଦିଅନ୍ତୁ ଧୋଇ

6

ନାଗେଶ୍ୱର କୁଞ୍ଜରେ ଶ୍ରୀ ରତନ ଦୋଳାରେ ବିଜେକଲୁ ତୁ ଦେଖନ୍ତୁ ପହଞ୍ଚାଇ

7

ସାରି ଜଳଲୀଳାକୁ ବାସ ଲାଗି ହେବାକୁ ବସ୍ତ୍ରାଚରଣ କରନ୍ତୁ ପରା ଥାଇ

8

ସ୍ୱେଶ୍ୱରୀ ତୋର ହସ୍ତେ ବଂଶୀଦେଲେ ଗୁପତେ ଯତନେ ରଖିଥାନ୍ତୁ ପରା ଲୁଚାଇ

9

ଶ୍ରୀମତୀ ଗୁମାନରେ ଲଳିତାଙ୍କ ପଦରେ ଜଣାନ୍ତୁ ଜଣାଣ ଶ୍ରୀ ଗୋବିନ୍ଦଙ୍କ ପାଇଁ

10

ପ୍ରାଣନାଥ ଛାମୁକୁ ବିଜେକଲା କାଳକୁ ଲୋଡ଼ିବେ ବେଗେ ଏବେ ଯାଅ ପଳାଇ

11

କେତେ ପ୍ରହେଳି ଗାନ ଆହା ରାସ ନର୍ତ୍ତନ ଶ୍ରମ ନାଶିବୁ ଫୁଲପଙ୍ଖା ପକାଇ

12

ନାଗରେନ୍ଦ୍ର ଛାମୁରୁ ବୃନ୍ଦା ଆସୁ ଦୂରରୁ ସ୍ୱେଶ୍ୱରୀଙ୍କି ରହରେ ଦେବୁ ଭେଟାଇ

13

ନାରୀ ଶିର ଭୂଷାଙ୍କୁ ନାଗର ମୁକୁଟଙ୍କୁ ମୂରୁଛିଲୁ କିପରି ତୁ ନ ଲୋଭାଇ

14

ମଧୁପାନ ଉତ୍ତାରେ ଜଗିଥାନ୍ତୁ ଲାଗରେ ପୁଧା ସଂଳାପ ଶୁଣି ହସିଲା ହୋଇ

15

ନିକୁଞ୍ଜ ପ୍ରାଙ୍ଗଣରେ ଚନ୍ଦ୍ରମା କିରଣରେ ପ୍ରହେଳୀ କଉତୁକ ଶୁଣିଲୁ ନାହିଁ

16

ପଶାଖେଳ ବେଳରେ ସ୍ୱାମିନୀ ନ ବସିଲେ ବଳେ ଲଳିତା ଦେବେ ଧରି ବସାଇ

17

ଗୋପାଳକୃଷ୍ଣ ଭଣେ ପ୍ରାଣକୁ ତୋ ଗୃହେ ନିଅ ଭାବନା ଦେହ ଭିତରେ ଲାଇ

Sources

Cite this record


Last updated 2026-11-01. Record as JSON