Manasa bhaba radha madhaba
ମାନସ ଭାବ ରାଧା ମାଧବ
Text
Ghoṣā
ମାନସ ଭାବ ରାଧା ମାଧବ ନୂତନ ଭେଟ ମହୋତ୍ସବ ମାଧୁରୀ
1
ଶ୍ୟାମ କୁଞ୍ଜରେ ରାଧା ଆଜିରେ ତାର ତରଳ ଡୋଳା ଖେଳା ଚାତୁରୀ
2
ଆଳି ନିକରେ କେଳି ମନ୍ଦିରେ ଦୁଆରେ ଛାଡ଼ି ଦେବାର କର ଧରି
3
ସଙ୍ଗିନୀ ବାସ ନ ତେଜ ରାସ ରଙ୍ଗିନୀ ଥକିବାର ଲାଜେ ଓହରି
4
ସଖୀ ହସନ୍ତି ଥରୁଁ ଶ୍ରୀମତୀ ଆସୁ ନିକଟକୁ ନିକୁଞ୍ଜ ବିହାରୀ
5
ପ୍ରମତ୍ତେ ଗଜ ହେମ ପଙ୍କଜ ନେଲାପରି ହେବାର ନବ କିଶୋରୀ
6
ହେଲା ସତୃଷ୍ଣ ଗୋପାଳକୃଷ୍ଣ ଧୀରେ କବାଟ ପୁଟ ଆଣି ଓଟାରି