Braja banaku mana ja chali re
ବ୍ରଜ ବନକୁ ମନ ଯା ଚାଲିରେ
Text
Ghoṣā
ବ୍ରଜ ବନକୁ ମନ ଯା ଚାଲିରେ ଜୟ ରାଧେ କୃଷ୍ଣ ବୋଲିରେ
1
ଭାଳନା ଏଥିରେ କିଛି ନାହିଁ ସୁଖ ମୁରୁଖ ସବୁଟି ଦୁଃଖରେ ନିଭୃତ କୁଞ୍ଜରେ ବିଜେ କରିଛନ୍ତି ରହି ଦେଖ ଚନ୍ଦ୍ର ମୁଖରେ
2
ଚିନ୍ମୟ ଚିଦ୍ଘନ ରସମୟ କୃଷ୍ଣ ଆନନ୍ଦରୂପିଣୀ ରାଧା ସଖୀ ମଞ୍ଜରୀଙ୍କ ସଙ୍ଗତେ ରହିବୁ ନାଶିବେ ସକଳ ବାଧାରେ
3
ନିଶାନ୍ତରୁ ରାସାବସାନ ପର୍ଯ୍ୟନ୍ତେ ସେବାରେ ଥିବୁ ସନ୍ତତରେ ନିଷ୍କାମ ହୋଇଣ ସାଧୁଜନେ ପୁଣ ରହିଣ ଭାଳ ତୁ ଅନ୍ତରେ
4
ଶ୍ରୀ ଗୁରୁଦତ୍ତ ବୀଜମନ୍ତ୍ର ଆଧାର କରିଣ ହୃଦରେ ରଖରେ ଗୋପାଳକୃଷ୍ଣ ଭାଷଇ ସେ ଯୁଗଳ ରସକୁ ଭାବି ତୁ ସୁଖରେ