Bhaja mana braja bana dwijarajanku
ଭଜ ମନ ବ୍ରଜବନ ଦ୍ୱିଜରାଜଙ୍କୁ
Text
Ghoṣā
ଭଜ ମନ ବ୍ରଜବନ ଦ୍ୱିଜରାଜଙ୍କୁ ଅଜ ଶେଷ ଭବ ବନ୍ଦ୍ୟ ପଦକଞ୍ଜକୁ
1
ନେତ୍ରେ ରଞ୍ଜି ଦିବ୍ୟାଞ୍ଜନ ପ୍ରେମରେ କର ଲୋକନ ବକ୍ରେ ବଂଶୀ ହୃଦେ ଚାରୁ ଗୁଞ୍ଜ ସ୍ରଜକୁ
2
ଅମ୍ବୁଜ କୁଟୁମ୍ବ କନ୍ୟା ପ୍ରତୀର କଦମ୍ବ ବନ୍ୟା ନଭଚର ରାଧା ସ୍କନ୍ଧ ନ୍ୟସ୍ତ ଭୁଜକୁ
3
ପଶୁପୀ ନକ୍ଷତ୍ରାବଳୀ ହୋଇ ସର୍ବତ୍ର ମଣ୍ଡଳୀ ସାଜିଛନ୍ତି ସ୍ମର ପରାଜୟ ସଜକୁ
4
ଅଖିଳ ରସ ଶ୍ରୀମୂର୍ତ୍ତି କୋଟିଏ ମଦନଦ୍ୟୁତି ଅନା ସେ ନବ ଶିଖଣ୍ଡଚୂଳ ଧ୍ୱଜକୁ
5
ଶ୍ରୀ ପ୍ରତାପରୁଦ୍ର ଦେବ ଭାଷନ୍ତି ସନ୍ତତ ଭାବ ହର ଜନ୍ମାନ୍ତର ଅହଂ ତମ ପୁଞ୍ଜକୁ