Gīta

Bhuja tale mote rakha mahabahu

ଭୁଜ ତଳେ ମୋତେ ରଖ ମହାବାହୁ

Text

Ghoṣā

ଭୁଜ ତଳେ ମୋତେ ରଖ ମହାବାହୁ ବାହୁ ତଳେ ମୋତେ ରଖ ବିପୁଳ ଭୁଜ ବିସ୍ତାରି ଦେଲେ ଛାର କି କରି ପାରିବ ଦୁଃଖ

1

ସଜ ହୋଇଥିବ ନନ୍ଦିଘୋଷ ରଥ ମୁଁ ଥିବି ତୁମ୍ଭ ସେବାରେ ତୁମ୍ଭେ ଦୀନବନ୍ଧୁ ନିର୍ଦ୍ଦୟ ହୋଇଲେ କି ବୋଲିବେ ଏ ସଂସାରେ

2

ଏ ଗଜରାଜି କ୍ଷିତି ପତି ସମ୍ପତ୍ତି ରତିଏ ରୁଚଇ ନାହିଁ ଭୁବନ ମୋହନ ଚକାନୟନକୁ ଯେତେବେଳେ ଦିଏ ଚାହିଁ

3

ଦିନକୁ ଦିନ ତ ଦୁଃଖ ଅତିରେକ ସୁଖ ତ ଦିଶଇ ନାହିଁ ଭାସି ଯାଉଅଛି ଏ ଭବସାଗରେ ରକ୍ଷାକର ଭାବଗ୍ରାହୀ

4

ଶ୍ରୀକ୍ଷେତ୍ର ନବରେ ମହା ଐଶ୍ୱର୍ଯ୍ୟରେ ଥିଲେହେଁ କମଳା ସାଇଁ ବାଇଶି ପାବଚ୍ଛ ନ ଉଠିବା ଯାଏଁ ଆନନ୍ଦ ନ ପାଏ କାହିଁ

5

ସେବାରୁ ଅନ୍ତର ହେଲି ଯେବେ ପ୍ରଭୁ ଏ ପ୍ରାଣ ଥିବ କିପାଇଁ ଓହ୍ଲାଇ ନ ଦିଅ କିପାଁ ମୋ ମଥାରୁ ଜଞ୍ଜାଳ ଭାର ଗୋସାଇଁ

6

ମୁଁ ଛାର ପତିତ ଭରସା ରଖିଛି ଶ୍ରୀରଙ୍ଗା ଚରଣ ତଳେ ଶ୍ରୀ ବୀରକେଶରୀ ମହାରାଜା ଭଣେ ରକ୍ଷା କର ଏତେ ବେଳେ

Sources

Cite this record


Last updated 2026-11-01. Record as JSON