Gīta

Ki rasare rasika ratana rasaila re

କି ରସରେ ରସିକା ରତନ ରସାଇଲା ରେ

Text

Ghoṣā

କି ରସରେ ରସିକା ରତନ ରସାଇଲା ରେ ରସାଇଲା ମନ ତୋଷାଇଲା ରେ

1

କର ଧରି ବସନ୍ତେ ଉରେ ଏ କି କଥା ଭାଷି ମଧୁରେ ସେ କି ତରତରେ ଖସି ବସୁଁ ତଳେ ଝୁଣ୍ଟିଆ ସେ କାଳେ କାମ ନିଶାଣ କି ଘୋଷାଇଲା ରେ

2

ଗଣ୍ଡେ ଚୁମ୍ବ ବିହିବା କାଳେ ମୁଖ ଏଡ଼ି ନେଲା ସେ ବେଳେ କି ବିଡ଼ିବା ଛଳେ ନୟନ ପ୍ରାନ୍ତରେ ଠାରି ଅଳପରେ ନେତ୍ର ଡଗରା କି ପେଷାଇଲା ରେ

3

ଉଚ୍ଚ କୁଚେ ପଡ଼ନ୍ତେ ହାତ ଗୋରୀ ହେଲା ଅଣଆୟତ୍ତ ସେ ଇଚ୍ଛି ସୁରତ ଜବା ଅଧରରୁ ପୀୟୂଷ ବରଷି ମୋ ହୃଦ ରାଜ୍ୟକୁ ଭସାଇଲା ରେ

4

ବିପରୀତେ ମଜ୍ଜାଇ ମତି ସୁଖେ ଦେଲା ପୁହାଇ ରାତି ରେ ନବ ଯୁବତୀ ବନମାଳୀ ବୋଲେ ଯୁବା ଜନ କୁଳେ ଇନ୍ଦ୍ରପଦେ ନେଇ ବସାଇଲା ରେ

Sources

Cite this record


Last updated 2026-11-01. Record as JSON