Kusunia gilichhi nia
କୁଷୁନିଆଁ ଗିଳିଛି ନିଆଁ
Text
Ghoṣā
କୁଷୁନିଆଁ ଗିଳିଛି ନିଆଁ ପୋଡ଼ିଦେବଟି ତୋ ପ୍ରୀତି ସୁନିଆଁ ହେ ଦରହାସୀ ତୁ ନଜର ଫେରାଇ କଦର କରି ତାଠାରୁ ଘେନିଆଁ
1
ଜାଣୁ କିନା ପୂତନା ଦାସୀ କ୍ଷୀର ପାନେ ଦେଇଛି ନାଶି ଶିଶୁଟି ଦିନରୁ ସେ ବଡ଼ ସାହସୀ ଛନ୍ଦା ଚରଣିଆ ବୃନ୍ଦାବନିଆଁ
2
ବଂଶୀ ସ୍ୱରେ ନାମ ଉଚ୍ଚାରି ଦଂଶି ଓଷ୍ଠ କିସ ବିଚାରି ବସି ନୀପ ମୂଳେ କି ମନ୍ତ୍ର ପଢ଼ଇ ରସିକ ରତନ ରାଜଧାନିଆଁ
3
ନାଟ କରି ଓଗାଳେ ବାଟ ଘାଟଜଗା ସେ ନନ୍ଦଚାଟ ଛାଟ ଧରି କଲେ ଯେତେହେଁ ଆକଟ କାହାକୁ ନ ମାନେ ସେ ଅମାନିଆଁ
4
ଜାଣଇ ସେ ମୋହିନୀ ଲଗା ବେଳ ଦେଖି ଦିଅଇ ଦଗା ତା ପାଲରେ ଜୁଟି ତୋ ପରି କେତୋଟି ଗୋଟି ଗୋଟି ହୋଇଲେଣି ଛାନିଆଁ
5
ରସେ ବନମାଳୀ ବଦତି କିଶୋରୀଙ୍କି ବୋଲନ୍ତି ଦୂତୀ ହାସ ଭାଷ ଭଙ୍ଗୀ ଚାହାଣୀ ଛଟାରେ ଭୁଲାଇ ଜାଣେ ସେ ଗୋପ କନିଆଁ