Gala gokula dharma bhasi ta
ଗଲା ଗୋକୁଳ ଧର୍ମ ଭାସି ତ
Text
Ghoṣā
ଗଲା ଗୋକୁଳ ଧର୍ମ ଭାସି ତ ଶ୍ୟାମ ଜାତି ମହତ ଦେଲା ଧ୍ୱଂସି ତ
1
କି ଭଙ୍ଗୀରେ ହୁଏ ଛିଡ଼ା ନ ରଖେ ଆଖି ପିଛଡ଼ା କୁଳବତୀ ବ୍ରୀଡ଼ା ଛାଡ଼ି ଆସି ତ
2
ସ୍ୱର୍ଗେ ନ ଥିବ ସୁଧାରେ ନ ଦିଶଇ ବସୁଧାରେ ବହେ ଯା ପୀୟୂଷ ଧାରେ ଭାଷିତ
3
କାମ ଛୁରୀ ଚାହିଁବାର ହୃଦେ ପଶେ ବାର ବାର ଥରେ ଅନାଇଲେ ବାର ମାସୀ ତ
4
ଲାଞ୍ଚ ଦେବି ଦେବତାରେ କେ ବୋଲିବ ସେବ ତାରେ ନାହିଁ ମୁଁ ଜହ୍ନୁ ସୁତାରେ ଭାସି ତ
5
କହେ ବନମାଳୀ ସାର ବ୍ରଜ ନରେନ୍ଦ୍ର କୁମାର ଶ୍ରୀଅଙ୍ଗକୁ ଛାର ମାର ଭର୍ତ୍ସିତ