Gīta

Go jemadei ki suniba suna mana dei

ଗୋ ଜେମାଦେଈକି ଶୁଣିବ ଶୁଣ ମନ ଦେଈ ଗୋ । ଘୋଷା । ଯାହା କରେ ନନ୍ଦ ଚାଟ ଗୋପୋଥିଟାକର ପାଠଭଲା ଯଶୋବନ୍ତୀ ଜଞ୍ଜାଳ ସହନ୍ତିନ ପାରି କରି ଆକଟ ଗୋ । ୧ । ହାଟ ବାଟ ଘାଟ ଜଗା ଗୋହଟିଆ ଲବଣୀ ମଗାଯମୁନା ନଈରେ ନାବକେଳି କରିଦିନେ ଦେଇଥିଲା ଦଗା ଗୋ । ୨ । ଛଇଳ ନାଗର ହରି ଗୋକରେ କେତେ ହୁରିଜୁରିଗୋଦୋହନ ବେଳେ ଲୁଚି ରହି ହେଳେଫିଟାଇ ଦିଏ ବାଛୁରୀ ଗୋ […]

Text

Ghoṣā

ଗୋ ଜେମାଦେଈ କି ଶୁଣିବ ଶୁଣ ମନ ଦେଈ ଗୋ

1

ଯାହା କରେ ନନ୍ଦ ଚାଟ ଗୋ ପୋଥିଟାକର ପାଠ ଭଲା ଯଶୋବନ୍ତୀ ଜଞ୍ଜାଳ ସହନ୍ତି ନ ପାରି କରି ଆକଟ ଗୋ

2

ହାଟ ବାଟ ଘାଟ ଜଗା ଗୋ ହଟିଆ ଲବଣୀ ମଗା ଯମୁନା ନଈରେ ନାବକେଳି କରି ଦିନେ ଦେଇଥିଲା ଦଗା ଗୋ

3

ଛଇଳ ନାଗର ହରି ଗୋ କରେ କେତେ ହୁରିଜୁରି ଗୋଦୋହନ ବେଳେ ଲୁଚି ରହି ହେଳେ ଫିଟାଇ ଦିଏ ବାଛୁରୀ ଗୋ

4

କଅଁଳା ପୁଅଟି ଦିନୁ ଗୋ କେତେ ରସ ଜାଣେ କାହ୍ନୁ ଗୃହ କର୍ମ ଛଳେ ପାଶୋରି ବସିଲେ ତା କଥା ନ ଯାଏ ମନୁ ଗୋ

5

ବନମାଳୀ ରସେ କହି ଗୋ କାଳିଆ କଳଙ୍କ ସେହି ତାହା ସଙ୍ଗେ ଯେହୁ ପୀରତି କରିବ ମରିବ ଜହର ଖାଇ ଗୋ

Sources

Cite this record


Last updated 2026-11-01. Record as JSON