Gīta

Chakadola chikkana kalia he

ଚକାଡୋଳା ଚିକ୍କଣ କାଳିଆ ହେ

Text

Ghoṣā

ଚକାଡୋଳା ଚିକ୍କଣ କାଳିଆ ହେ ବକାରି ମୋ କଥା ଶୁଣ ଠକାଠକି ଖଣ୍ଟ ଚଳିବ ନାହିଁଟି ପକାଇ କହୁଛି ରାଣ

1

ଢକ୍କା ବାଜୁଅଛି ଚଉଦ ବ୍ରହ୍ମାଣ୍ଡେ ତୁମ୍ଭର ଯେତେକ ଗୁଣ ପକ୍କା ଜଣେ ବୋଲି ଆଗୁଁ ଶୁଣିଥିଲି ଡକାଇତରେ ଆପଣ

2

କକା ରଥେ ବସି ପକାଇଲ ଧ୍ୱଂସି ସ୍ୱମାତୁଳ କଂସରାଣ ହକାରି ଥିଲା ସେ ମନେ କୂଟ ପାଞ୍ଚି ଶୁଝିଦେଲ ପିତୃଋଣ

3

ଅକାମନା ଭକ୍ତି କରି ଗୋପ ଗୋଈ ଚରଣେ ଗଲେ ଶରଣ ବକା ଛଳେ କେ ବା ରସ ରହସ୍ୟରେ କଲେ ନିତି ସୁମରଣ

4

ଅକାଳିଆ ଦାସ ବନମାଳୀ ପାଶ ଛଡ଼ା ହେଲେ ଏକ କ୍ଷଣ ତକାଇବି ନାହିଁ ନିଶ୍ଚେଁ ଗାଳି ଦେବି ଯା ଇଚ୍ଛା ତାହା ବୋଲିଣ

Sources

Cite this record


Last updated 2026-11-01. Record as JSON