Gīta

Bata chhada suhata nagara

ବାଟ ଛାଡ଼ ସୁହଟ ନାଗର

Text

Ghoṣā

ବାଟ ଛାଡ଼ ସୁହଟ ନାଗର ଯମୁନା ଯିବି ନୀର ଆଣିକି ଘାଟ ପାଇଁ ଯେବେ ଲଟ ଲଗାଇବ ପ୍ରୀତିବନ୍ଧା ଦେବି ମଥାମଣିକି

1

ଘରେ ମୋ ନଣନ୍ଦ ଅଟେ ବଡ଼ ମନ୍ଦ ଶାଶୁ ମୋ ଅଟଇ ସପତଣୀକି ଆହେ ଗିରିଟେକା ନ କର ତୁ ଡକା ତୁମ୍ଭ ଲାଗି ନ ଆସିବି ଏଣିକି

2

ମୁହିଁ ବୃଷଭାନୁ ନୃପତିଙ୍କ ଜେମା ଆନ ପ୍ରାୟେ ମୋତେ ଅଛ ମଣିକି ଧରି ମୋ ଅଞ୍ଚଳ କରୁଛ ଜଞ୍ଜାଳ ଡର ନାହିଁ ପର ଭୂଆସୁଣୀକି

3

ମୁଁ ଯେବେ ଏଥର ଆସିବି ପାଣିକି ସଙ୍ଗେ ଆଣିଥିବି ସଖୀ ଶ୍ରେଣୀଙ୍କି ବୋଲେ ବନମାଳୀ ଶୁଣ ଠାକୁରାଣୀ ନିରାଶ ନକର ବେଣୁପାଣିକି

Sources

Cite this record


Last updated 2026-11-01. Record as JSON