Dekha re mukha bare
ଦେଖା ରେ ମୁଖ ବାରେ
Text
Ghoṣā
ଦେଖା ରେ ମୁଖ ବାରେ ସୁଖସଦନା
1
ମାନ କି ମାନ ହିଁ ବାନ୍ଧବୀ ତୋହର ପାଲଟ ପାଟରଖା ରେ ଏଣି ବିଲୋକିନୀ ଏଣିକି କେଣିକି ମୁଞ୍ଚ ତୁ ନୃତ୍ୟ ଶିଖା ରେ
2
କେଶରୀ ତ ଓସରି ମଧ୍ୟ ତୁଳା କଟି ହେବ କି ଚିତ୍ରଲେଖା ରେ ତୋଷ ବହି ନିଜ ଦାସର ଦୋଷକୁ ମୁଞ୍ଚ ତୁ ନୃତ୍ୟ ଶିଖା ରେ
3
ହର ମନୋହର ସାର ପୟୋଧର ଚିତ୍ର ବିଚିତ୍ର ଲେଖା ରେ ଯାବକ ରଞ୍ଜିତ ପାଦତଳ ଗତ ତୋ ଅନୁରାଗ ଶିଖା ରେ
4
କାମଜଳେ କବି ଭାସ୍କର ଭାଷଇ ତୋ କୁଚ କୁମ୍ଭ ଦେଖା ରେ କୋଳ କରି ରସ ଭୋଳେ ହେବି ତୋଷ ଦୌଲତ ବନ୍ଧ ଶିଖା ରେ