Gīta

Radhe ananga ranga ranaku

ରାଧେ ଅନଙ୍ଗ ରଙ୍ଗ ରଣକୁ

Text

Ghoṣā

ରାଧେ ଅନଙ୍ଗ ରଙ୍ଗ ରଣକୁ ଆଜ ସାଜରେ ରାଜବଦନ ମୋଜ ସଖୀ ସମାଜରେ ମନୁ ଲାଜ ତେଜ ହାଜର କରି ତାଜ ଧରି ବିରାଜ ଆଜରେ

1

ମଞ୍ଜୁଳତର କୁଞ୍ଜନିଳୟ ମଣ୍ଡ ଆଦରେ କଞ୍ଜ କୁସୁମ ଗଞ୍ଜନ କମନୀୟ ପାଦରେ ଅଞ୍ଜନ ରୁଚିପୁଞ୍ଜ ବିହଦ ପଞ୍ଜରନିଭ କୁଞ୍ଜରେନ୍ଦ୍ର ରଞ୍ଜନଗୁଣ ଗର୍ବିତ ମତ ନିର୍ବିବାଦରେ

2

କୁନ୍ଦ ସଦୃଶ ସୁନ୍ଦରତର ମନ୍ଦହାସିରେ ଶ୍ରୀଚନ୍ଦନ ଘନସାର ସକଳ ବୃନ୍ଦା ବାସରେ ନନ୍ଦନିଳୟ ଚନ୍ଦ୍ରମୁଖ ପସନ୍ଦ ସୁଅରବିନ୍ଦ ସୂନ ନିର୍ଗତ ମକରନ୍ଦର ହୁଅ ଯା ପିପାସୀ ରେ

3

ମୁଞ୍ଚ ସୁଦନ୍ତି ରଞ୍ଜନ ନିଶୀ ରଚ ଖେଳରେ ଆକୁଞ୍ଚିତ ଭୂରୁଭଙ୍ଗୀଜିତ ବିରଚ କୁଳରେ ଚଞ୍ଚଳ ନୟନାଞ୍ଚଳ ମିଶା ସଞ୍ଚିତ ମଦ ଚଞ୍ଚରୀକ ସଞ୍ଚରୁ ନବ କାଞ୍ଚନନିଭ ଚାରୁ ଚେଳରେ

4

ଶାନ୍ତ ରସ ପିଚିଣ୍ଡିଳ ମତି ମନ୍ତ୍ରପାଳିରେ ସୀମନ୍ତ ମଣି ସୁକୁନ୍ତଳ ମତି ତୁଟି ଆଳିରେ ଦନ୍ତକ ତୃଣବନ୍ତ କରୁ ନିରନ୍ତର ସେ ଦୁରନ୍ତ କାମକୁନ୍ତ ସଦୃଶ ପାଣିରୁହ ନିତାନ୍ତ କେଳିରେ

5

ବାରଣଗତି ହାରରେ କୁଚଭାର ମଣ୍ଡରେ ନିକାଲ ମୁଦିରବାରତନୁରୁ ମାର ଦଣ୍ଡରେ ଆରକତ ସୁସାରସ ବାର ବାର ବିଜୟୀ ସାରପଦ ଦ୍ୱନ୍ଦ୍ୱକୁ ଦ୍ରବି ବନ୍ଦଇ କବି ମାରତଣ୍ଡରେ

Sources

Cite this record


Last updated 2026-11-01. Record as JSON