Mo krusna chandrama pari
ମୋ କୃଷ୍ଣଚନ୍ଦ୍ରମା ପରି
Text
Ghoṣā
ମୋ କୃଷ୍ଣଚନ୍ଦ୍ରମା ପରି ଆନଟି କେ ଅଛି ସରି ମା
1
ରତ୍ନ ଚିନ୍ତାମଣି ମୋର ତ୍ରିଭୁବନ ଅଳଙ୍କାର ଦୁଃଖୀର ସଙ୍ଖାଳି ଦରିଦ୍ରର ଧନ ମୋ ଶ୍ରୀ ହରି
2
ଝାଳରେ ତିନ୍ତି ଅଳକ ଲିଭିଯାଇଛି ତିଳକ ସ୍ତନ୍ୟ ଦେଇ ମୁଖ ବାସେ ପୋଛି ଭାଷେ ବ୍ରଜେଶ୍ୱରୀ
3
ଖେଳୁଥିଲୁ କାହା ଘରେ ଧୂଳି ପୂରିଛି ଦେହରେ ଦେଖାଟି ମାଇଁକି ମୋର ବାବୁ ତୋ ବଦନ ଶିରୀ
4
ଦେଖ କାହିଁ ନାହିଁ କିଛି ଉଦର ବଳି ହେଉଛି ମୂଢ଼ ପଣେ ମୁଁ ରହିଲି ତେଣେ ଗୃହକୃତ୍ୟ କରି
5
ତୁମ୍ଭର ଆଶୀଷ ପାଇ ଥାଉ ଚିରଞ୍ଜିବୀ ହୋଇ ବୋଲି ମୁଖେ ମୁଖ ଦେଇ ଚୁମ୍ବନ୍ତି କାଖରେ ଧରି
6
କାହିଁ ରହିଥିଲୁ ଯାଇ ମୋତେ ମନେ ନ ପକାଇ ବୋଲଇ ଗୋପାଳକୃଷ୍ଣ ଖେଳରେ ଦେଲେ ପାଶୋରି