Thaka chintamani ki
ଠକ ଚିନ୍ତାମଣିକି
Text
Ghoṣā
ଠକ ଚିନ୍ତାମଣିକି ଠୂଳେ ମୁଁ ବିଶ୍ୱାସ ନ ଯିବି ଏଣିକି
1
ଠାଣି ତ୍ରଭଙ୍ଗିଆ ମୁରଲୀ ପାଣି ଠାବ କଲେ ଚିନ୍ତା ନିକୁଞ୍ଜ ପୁଣି ଠାକୁର ଶ୍ରେଷ୍ଠ ମଣି କରି ଶରଧା ଠଣ ପାଦେ ପ୍ରାଣ ଦେଲି ମୁଁ ବିକି । (ପଡ଼ି) ଠିକେ ହେଲି ତାଙ୍କ କିଣା ସେବକୀ ଠକିଦେବେ ବୋଲି ଜଣାଥିଲା କି ଠାପୁଆ ଶ୍ୟାମକୁ ଦୂରୁ ମୋ ଜୁହାର ଠାରି ଅଙ୍ଗୁଳିକି ବେଣୁଧର ଭଣିକି