Gīta

Mo ranka ratana asa asa

ମୋ ରଙ୍କରତନ ଆସ ଆସ

Text

Ghoṣā

ମୋ ରଙ୍କରତନ ଆସ ଆସ ଅଙ୍କେ ବସ ପଙ୍କଜାକ୍ଷି ତେଜ ମାନ

1

ମହୀକି ଲପନ ପୋତି ନ ବସ ବାରଣଗତି ବନଜ ନୟନୁ ନୀର ମୁଞ୍ଚ ମୋ ପରାଣଧନ (ପଡ଼ି) ଧରୁଛି ତୋର ପାଣିକି ଶୁଣା ବିପଞ୍ଚୀ ବାଣୀକି ଚାନ୍ଦବଦନ ଠାଣିକି ଟେକି ତୁ ନ କର କ୍ଷିନ୍ନ

2

ମଲ୍ଲୀହାସୀ ଗଲି ଭାସି ମାନେ ରସିବାରୁ ରୁଷି ମରମ ଦେଶେ ଆକର୍ଷି ବିନ୍ଧୁଛି ମୀନକେତନ (ପଡ଼ି) ସମରପୁର ନିବାସୀ ବେଣୁଧର ଗୀତେ ଭାଷି

Sources

Cite this record


Last updated 2026-11-01. Record as JSON