Brundaranya bihari he
ବୃନ୍ଦାରଣ୍ୟ ବିହାରି ହେ
Text
1
ବୃନ୍ଦାରଣ୍ୟ ବିହାରି ହେ ଶ୍ରୀ ନନ୍ଦାତ୍ମଜ ବୃନ୍ଦାରଣ୍ୟ ବିହାରି ବୃନ୍ଦାରକ ଉଦ୍ଧାରି କୁନ୍ଦାରବିନ୍ଦ ସହ ମନ୍ଦାର ମାଳା ଧାରି
2
ସଜଳ ଜଳଦ ସୁନ୍ଦର ନିଜ ଶରୀର ସଜ ନୀଳୋତ୍ପଳ ରୁଚିର । ଦ୍ୱିଜରାଜ ସୁହିମ ଦ୍ୱିଜ ହୀରକ ସମ ବ୍ରଜ ତାପନାଶନ ସୁଜନ ଚିତ୍ତ ଧାମ
3
ସଦନ ତୁମ୍ଭେ ତ ଗୁଣର ବଦନ ଛବି କଦନ ହରେ ନାରୀଙ୍କର । ମଦନମୋହନ ଶୋଭା ହୃଦରେ ଭାବି ମୁଁ ଲୋଭା ଉଦୟ ହୁଅ ମୋ ଚିତ୍ତେ ସଦୟ ଭାବେ ସନ୍ତତେ
4
ନିରତେ କବି ସୁଧାକର ରଘୁନାଥର ସ୍ମରଣ ଶ୍ରୀ ହରି ପୟର । ହରଷେ ଜନେ ଚିନ୍ତ ସରସ କରି ଚିତ୍ତ ଦରଶନ ସେ ଦେବେ ଶରଣୁ ହେଲେ ସତ