Gīta

Matile hari radha sange

ମାତିଲେ ହରି ରାଧା ସଙ୍ଗେ

Text

Ghoṣā

ମାତିଲେ ହରି ରାଧା ସଙ୍ଗେ ମୋଦରେ ହୋରିରେ ରଙ୍ଗରେ

1

ଚୂଆ ଚନ୍ଦନ ଅତର ଗୁଲାଲକୁ ଜୋରରେ ବୋଳି ବୋଳି ଅଙ୍ଗରେ

2

କୁଞ୍ଜେ କୁଞ୍ଜେ ସୁରସରେ ବିହରିଲେ ରଞ୍ଜନେ ମଦନ ତରଙ୍ଗରେ

3

ନାଗରୀ କିଶୋରୀଙ୍କି ବାମ ଭାଗେ ରଖି ନାଚିଲେ ମଧୁର ତ୍ରିଭଙ୍ଗୀରେ

4

ଦୁହେଁ ଦୁହିଁଙ୍କି ମାନସ ତୋଷିଲେ ମୋହନ ଲଳିତ ଭ୍ରୂଭଙ୍ଗୀରେ

5

କହେ ରଘୁନାଥ କବି ନିଶାନାଥ କୃଷ୍ଣ ଚରିତ ସୁପ୍ରସଙ୍ଗରେ

Sources

Cite this record


Last updated 2026-11-01. Record as JSON