Aau bata ogali
ଆଉ ବାଟ ଓଗାଳି
Text
Ghoṣā
ଆଉ ବାଟ ଓଗାଳି ହଟ ନ କର ବନମାଳୀ ହେ
1
ହେଲା ଉଚ୍ଛୁର ଯିବି ଏଥର ପୂଜିବି ମୁଁ କରମାଳି ହେ
2
ଏ ଟାପରାକୁ ସହି ଯିବାକୁ ମୁଁ ନୁହଁଇ ଚନ୍ଦ୍ରାବଳୀ ହେ
3
ପଦ୍ମାଦି ସହି ଦେଖି ନ ସହି ଦେବେ ସିନା କରତାଳି ହେ
4
ଏପରି ଗେଲେ ଅଟକ କଲେ ରହିବେ କି ସଙ୍ଗ ଅଳି ହେ
5
ନିଶା ମୁଖରେ ନ ଗଲେ ପୁରେ ଶାଶୁ ହେବେ ସିନା ଚଳି ହେ
6
ଭଙ୍ଗୀ ତୁମ୍ଭର ଦେଖିଲେ ମୋର ପଦ ହେଉ ନାହିଁ ଚାଳି ହେ
7
କହେ ରଘୁନାଥ କବି ନିଶାନାଥ ଧ୍ୟାଇ ରାଧା କୃଷ୍ଣ କେଳି ହେ