Gīta

Sangini to priti gheni

ସଙ୍ଗିନୀ ତୋ ପ୍ରୀତି ଘେନି

Text

Ghoṣā

ସଙ୍ଗିନୀ ତୋ ପ୍ରୀତି ଘେନି ମୋହନ ନିରତେ ଝୁରୁଛି ରେ

1

ଗୋରୀରେ ତୋର ଗୁଣଗଣ ଗୁଣି ଗୁଣି ନୟନୁ ଲୋତକ ଝୁରଛି ରେ ଫୁଲଶର ଅତନୁ ମାରିବାରୁ ସୁତନୁ ତା ତନୁ ଅଥିରେ ଥରୁଛି ରେ

2

ସରୁଚିର ହାର ପୂର ତାହାର ଆହାର ହେଲାଣି ଅରୁଚି ରେ କୁଞ୍ଜରଗମନୀରେ କୁଞ୍ଜରେ ବସି ଧୀରେ ତୋ ନାମ ଗାନ କରୁଛି ରେ

3

କଳକଳ କୋକିଳ ବାଣୀରେ କେବଳ ବିବେକପଣ ହିଁ ସରୁଛି ରେ ମନ୍ଦ ଗନ୍ଧ ଶୀତ ପବନ ବହି ମିତ ଦେହରୁ ଚେତନା ହରୁଛି ରେ

4

ଆସ ଆସ ସଖି ତ୍ରାସ ମନେ ନ ରଖି ତା ଲାଗି ତୋ କର ଧରୁଛି ରେ ରଘୁନାଥ ନିତି ଯୁଗଳ ରସେ ମତି ବଳାଇ କି ଅନୁସରୁଛି ରେ

Sources

Cite this record


Last updated 2026-11-01. Record as JSON