Hari pasare sajani
ହରି ପାଶରେ ସଜନୀ
Text
Ghoṣā
ହରି ପାଶରେ ସଜନୀ ଥାଉ ଗୋ ଆଜ ରଜନୀ
1
ହେଲାନି ସଖୀର ହାସ ବଦନ ଚନ୍ଦ୍ର ପ୍ରକାଶ ତେଜିଲାଣି ଶ୍ୟାମ ରୋଷ ଏଠାରୁ ଗୋ ଯିବା ଆସ
2
ହଟିଛି ମଦନ ରାଜି ବିନ୍ଧି ଶାୟକ ସମାଜ ନାଶିବାକୁ ସଖୀ ଲାଜ କଲା କି ଗୋ ଧନୁ ସଜ
3
ହିମ ବିନା କମ୍ପେ ତନୁ ସ୍ୱେଦ ସଖୀ ଅପଘନୁ ବହଇ ସନ୍ତାପ କିନୁ ନ ସ୍ଫୁରେ ବାଣୀ ମଦନୁ
4
ହେବାରୁ ସ୍ମର ଆୟତ୍ତ ହେଲେହେଁ ପ୍ରିୟ ସଙ୍ଗାତ ଆମ୍ଭଙ୍କୁ ତେଜିବା ଚିତ୍ତ କଲାନି ଗୋ ପ୍ରାଣମିତ
5
ହରଷରେ ରାମ ସୋମ ଧରି ନିଜ ହୃଦେ ପ୍ରେମ ଭାବିଲାନି ଘନଶ୍ୟାମ ପଦ ଅଷ୍ଟଦୁର୍ଗ ଧାମ