Gīta

Sakhi na basa go tu gumane

ସଖି ନ ବସ ଗୋ ତୁ ଗୁମାନେ

Text

Ghoṣā

ସଖି ନ ବସ ଗୋ ତୁ ଗୁମାନେ

1

ଶୁଣି ଶ୍ୟାମ ତୋର ବାଣୀ ପ୍ରାଣ କଣ୍ଠତଟେ ଆଣି ରଖିଲା ପରିରେ ଦିଶେ ଅନୁମାନେ

2

ଶରଦ ଚନ୍ଦ୍ରମା ମୁଖୀ କର ତୁ ଶ୍ୟାମକୁ ସୁଖୀ ଅଧର ମଧୁର ସୁଧା ରସପାନେ

3

ଶପତ କଲାଣି ବେଣୁ ଛୁଇଁ ତ ନୀରଦ ତନୁ ମନେ ହେଲେ ନ ରସିବି ବୋଲି ଆନେ

4

ସହି ରେ ତୁ ଦୟାବତୀ ବୋଲାଇ ନିଷ୍ଠୁର ଅତି ହେବାର ଆଜ ଗୋ ଘେନ ତୋତେ ଯେ ନ ମାନେ

5

ସହରଷେ ରାଜଇନ୍ଦୁ ଭଣଇ ସେ ପ୍ରାଣବନ୍ଧୁ କର କରୁଣାକୁ ଦିବ୍ୟ ଅବଧାନେ

Sources

Cite this record


Last updated 2026-11-01. Record as JSON