Gīta

Priti kari kaha pase

ପ୍ରୀତି କରି କାହା ପାଶେ

Text

Ghoṣā

ପ୍ରୀତି କରି କାହା ପାଶେ ପୁହାଇଲ ନିଶା ତୋଷେ

1

ପରିଣତ ବିମ୍ବ ଅଧରେ କାହାର ରଦନ କ୍ଷତ ବିକାଶେ ପଲ୍ଲବ ବିଜୟୀ କର କାହା କୁଚ କୁଙ୍କୁମେ ଅଙ୍କିତ ଦିଶେ

2

ପଡ଼ି କା ଚରଣେ ଶିଖଣ୍ଡ ମୁକୁଟ ରଙ୍ଗ କଲ ଲାକ୍ଷା ରସେ ପରିରମ୍ଭ କଲ କାହାର ବଳୟ ଚିହ୍ନ ଦିଏ ବେନି ପାଶେ

3

ପାଲଟ କରି କେଉଁ ସହଚରୀର ଚିତ୍ତକୁ ସମ୍ଭ୍ରମେ ବାସେ ପିନ୍ଧିଅଛି ନିଜ କଟିତଟେ ଆଜ ଚାହିଁକି ସୁନ୍ଦର ଦିଶେ

4

ପାନବୋଳା ଗଣ୍ଡେ ଲଲାଟେ ସିନ୍ଦୁର ଲାଗି ତ ଅଛି ବିଶେଷେ ପରୁଆ ନ କର ଚିତ୍ତରେ ତୁମ୍ଭର ଜନାପବାଦକୁ ଲେଶେ

5

ପ୍ରତି ଅଙ୍ଗ ଯାକ କି ଶୋଭା ଦିଶଇ କରଜ କ୍ଷତ ବିଳାସେ ପ୍ରେମଭରେ ହରିଚନ୍ଦନ ଭାବଇ ସେ ରୂପ ନିଜ ମାନସେ

Sources

Cite this record


Last updated 2026-11-01. Record as JSON